Categories: ଜାତୀୟ

ପୂର୍ବତନ ଏନ୍‌ଏସ୍‌ଇ ମୁଖ୍ୟ ରବିନାରାୟଣ ଗିରଫ

ନୂଆଦିଲ୍ଲୀ,୭।୯: ମନିଲଣ୍ଡରିଂ ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ରବି ନାରାୟଣଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କୋ-ଲୋକେଶନ ଦୁର୍ନୀତି ଏବଂ ବେଆଇନ ଭାବେ କର୍ମଚାରୀଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ରେ ସମ୍ପୃକ୍ତି ଅଭିଯୋଗରେ ଦୁଇଟି ଆପରାଧିକ ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ଫୋନ୍‌ ଟ୍ୟାପିଙ୍ଗ୍‌ ଅଭିଯୋଗରେ ପିଏମ୍‌ଏଲ୍‌ଏ ବଳରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରବି ନାରାୟଣ ୧୯୯୪ ଏପ୍ରିଲରୁ ୨୦୧୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏନ୍‌ଏସ୍‌ଇର ପରିଚାଳନା ନିର୍ଦ୍ଦେଶତ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ନନ୍‌-ଏକ୍ଜିକ୍ୟୁଟିଭ୍‌ ବର୍ଗରେ ଭାଇସ୍‌ ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା। କୋ-ଲୋକେଶନ ଦୁର୍ନୀତି ମାମଲାର ତଦନ୍ତ ସିବିଆଇ କରୁଥିବାବେଳେ ଫୋନ୍‌ ଟ୍ୟାପିଙ୍ଗ ମାମଲାରେ ପୂର୍ବରୁ ଏନ୍‌ଏସ୍‌ଇର ପ୍ରାକ୍ତନ ଏମ୍‌ଡି ତଥା ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଇଡି ଗିରଫ କରିଥିଲା।

Share