କରୋନାରେ ହାରିଗଲେ ପୂର୍ବତନ ଏନ୍‌ଏସ୍‌ଜି ମୁଖ୍ୟ

ନୂଆଦିଲ୍ଲୀ, ୨୦।୫: ଏନ୍‌ଏସ୍‌ଜିର ପୂର୍ବତନ ମୁଖ୍ୟ ଜେ.କେ. ଦତ୍ତଙ୍କର ବୁଧବାର କରୋନାରେ ମୃତ୍ୟୁ ଘଟିଛି। ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଅପରେଶନ ବ୍ଲାକ୍‌ ଟର୍ନାଡୋର ନେତୃତ୍ୱ ନେଇଥିଲେ ଦତ୍ତ। ସବୁବେଳେ ସେ ଆଗରେ ନେତୃତ୍ୱ ନେଉଥିଲେ ବୋଲି ସିଆରପିଏଫ୍‌ ଏଡିଜି ଜୁଲଫିକର ହାସନ କହିଛନ୍ତି। ଦତ୍ତ ହେଉଛନ୍ତି ୧୯୭୧ ବ୍ୟାଚ ପଶ୍ଚିମବଙ୍ଗ କ୍ୟାଡର ଆଇପିଏସ୍‌ ଅଫିସର। ସେ ସିବିଆଇ ଏବଂ ସିଆଇଏସ୍‌ଏଫରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ପୋଲିସ ବୀରତା ମେଡାଲ, ଉଲ୍ଲେଖନୀୟ ସେବା ପାଇଁ ପୋଲିସ ମେଡାଲ ଏବଂ ରାଷ୍ଟ୍ରପତି ପୋଲିସ ମେଡାଲ ପାଇଥିଲେ।

Share