ଭୁବନେଶ୍ୱର, ୬ା୭ (ସ୍ପୋଟର୍ସ ବ୍ୟୁରୋ)-ଓଡ଼ିଶାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସମ୍ବଲପୁର ବାସିନ୍ଦା ବୀର୍ ବାହାଦୁର ସିଂଙ୍କ ରବିବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ‘ବଚନ’ ନାମରେ ପରିଚିତ ଏହି ଫୁଟ୍ବଲ ଖେଳାଳି ୧୯୮୦ରେ ସେ ଓଡ଼ିଶା ତରଫରୁ ସନ୍ତୋଷ ଟ୍ରଫି ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ ରାଜ୍ୟର ଅନେକ କ୍ଲବରୁ ପ୍ରତନିଧିତ୍ୱ କରିଛନ୍ତି। ଝାରସୁଗୁଡ଼ାସ୍ଥିତ ଏଲ.ଏନ୍. କଲେଜର ପ୍ରିନି୍ସପାଲ ଭାବେ ସେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଫୁଟ୍ବଲ ଆସୋସିଏଶନର ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଅନ୍ୟ କର୍ମକର୍ତ୍ତାଗଣ ଗଭୀର ଶୋକ ପ୍ରକାଶ କରିଛନ୍ତି।