Advertisement

ପରଲୋକରେ ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁ

କଟକ,୨୦ା୧ (କାର୍ତ୍ତିକ ସାହୁ): ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁଙ୍କର ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ ମଧ୍ୟ ପାଇଥିଲେ। ଚାକିରିରୁ ଅବସର ନେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସେ ଯୋଗଦେଇଥିଲେ। ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୯୯୯ ମସିହାରେ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share