Categories: ଫୁରସତ

ପୂର୍ବ ପାକିସ୍ତାନ ହୋଇଥିଲା ବାଂଲାଦେଶ

୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ଦେଶକୁ ରକ୍ଷା କରି ବଳିଦାନ ଦେଇଥିବା ସମସ୍ତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।
ଡିସେମ୍ବର ୧୬ରେ, ଭାରତ ୧୩ ଦିନ ଯୁଦ୍ଧ ପରେ ପାକିସ୍ତାନକୁ ପରାଜିତ କରିଥିଲା। ୯୩ ହଜାର ପାକିସ୍ତାନୀ ସୈନ୍ୟଙ୍କ ସହିତ ପାକିସ୍ତାନୀ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ ଆମିର ଅବଦୁଲ୍ଲା ଖାଁ ନିଆଜି ଭାରତୀୟ ସେନା ମୁଖ୍ୟ ଜେନେରାଲ ଜଗଜିତ ସିଂ ଅରୋରା ଏବଂ ବାଂଲାଦେଶର ମୁକ୍ତି ବାହିନୀର ମିଳିତ ସୈନ୍ୟଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସର୍ବବୃହତ୍‌ ସାମରିକ ଆତ୍ମସମର୍ପଣ ଥିଲା।
ୃାକିସ୍ତାନୀ ସୈନ୍ୟଙ୍କ ଏକପାଖିଆ ଏବଂ ସର୍ତ୍ତମୂଳକ ଆତ୍ମସମର୍ପଣ ସହିତ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ପୃଥକ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନ ବା ବାଂଲାଦେଶର ମୁକ୍ତି ସଂଗ୍ରାମକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ, ଯାହା ଫଳରେ ଏହା ଏକ ସ୍ବାଧୀନ ଦେଶର ମାନ୍ୟତା ଲାଭ କରିଥିଲା।

Share