Categories: ଖେଳ

ପିସିବିକୁ ଫେରିଲେ ପୂର୍ବତନ ଅଧିନାୟକ, ବିଶ୍ୱକପ ପୂର୍ବରୁ ମିଳିଲା ଏହି ଦାୟିତ୍ୱ

ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ ପିସିବିକୁ ଫେରିଛନ୍ତି। ବାସ୍ତବରେ ଇଞ୍ଜମାମ-ଉଲ-ହକଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା କରାଯାଇଛି। ପାକିସ୍ତାନ କ୍ରିକେଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ, ଇଞ୍ଜମାମ-ଉଲ-ହକ ପିସିବିର ନୂତନ ମୁଖ୍ୟ ଚୟନକର୍ତ୍ତା ହେବେ।

ତେବେ ଇଞ୍ଜମାମ-ଉଲ-ହକ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡରେ କାର୍ଯ୍ୟ କରିଛନ୍ତି। ଇଞ୍ଜମାମ-ଉଲ-ହକ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିସାରିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜମାମ-ଉଲ-ହକ ପୂର୍ବତନ ଚୟନକର୍ତ୍ତା ହରୁନ ରସିଦଙ୍କ ସ୍ଥାନ ନେବେ। ବାସ୍ତବରେ, ହରୁନ ରସିଦ ଗତ ମାସରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

Share