ମାର୍ଚ୍ଚ ୧ରେ ନିଜର ଜନ୍ମଦିନ ପାଳନ କରିଥିବା ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦୀ ଚଳିତ ବର୍ଷ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇ ବିବାଦକୁ ଆସିଛନ୍ତି। ଆଫ୍ରିଦୀ ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ଟୁଇଟ୍ କରିଥିଲେ। ଏଥିରେ ସେ ନିଜର ବର୍ଷ ୪୪ ବୋଲି ଲେଖିଥିଲେ। ମାତ୍ର ଆଇସିସିର ଅଫିସିଆଲ ସାଇଟ୍ ଅନୁଯାୟୀ ତାଙ୍କର ବୟସ ୪୧ ବର୍ଷ। ଏହି ଟୁଇଟ୍ ପରେ ପାକିସ୍ତାନୀ କ୍ରିକେଟର ଏବେ ବିବାଦରେ ଫସିଯାଇଛନ୍ତିି। ତେବେ ଶାହିଦ କୌଣସି ବିବାଦରେ ଫସିବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ସେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ଆଫ୍ରିଦୀ ନିଜର ମାମୁ ଝିଅକୁ ବିବାହ କରିଛନ୍ତି। ସେ କେବେ ବି ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କୁ ପରିଚୟ କରାଇ ନ ଥାନ୍ତି। ବିବାହ ପରେ ସେ ବାପା ହେବା ସମୟରେ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କର ୫ ଝିଅ ଅଛନ୍ତି। ଏଥିପାଇଁ ମଧ୍ୟ ତାଙ୍କର ଅନେକ ସମୟରେ ମଜା ଉଡାଯାଇଥାଏ। କେହି କେହି ତାଙ୍କୁ ଜନସଂଖ୍ୟା ବୃଦ୍ଧିର କାରଣ ବୋଲି କହୁଥିବା ବେଳେ ଆଉ କେହି ପୁଅ ଆଶାରେ ଝିଅ ଜନ୍ମ କରିଥିବା କହିଥାନ୍ତି।