Categories: ଖେଳ

ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍‌: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତୀୟ କ୍ରିକେଟର୍‌ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍‌ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍‌ ଆଫ୍ରିଦ୍‌ କହିଛନ୍ତି, ମୋଦି ସରକାର ଥିବା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ସିରିଜ୍‌ ଆୟୋଜନ ହୋଇପାରିବ ନାହିଁ। ପାକିସ୍ତାନ କ୍ରିକେଟର୍‌ ଆଇପିଏଲ୍‌କୁ ମିସ୍‌ କରୁଛନ୍ତି। ଦେଶର ଯୁବ କ୍ରିକେଟର୍‌ଙ୍କୁ ଏହି ଲିଗ୍‌ରେ ଖେଳିଲେ ଅଧିକ ଫାଇଦା ହେବ ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ଆଫ୍ରିଦ କହିଛନ୍ତି, ପାକିସ୍ତାନ ସରକାର ସବୁବେଳେ ଚାହୁଁଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷୀୟ ସିରିଜ୍‌ ଖେଳାଯାଉ, କିନ୍ତୁ ଭାରତ ଏଥିପାଇଁ ରାଜି ହେଉ ନାହିଁ। ଯେଉଁ ପର୍ଯ୍ୟନ୍ତ ଭାରତରେ ମୋଦି ସରକାର ଅଛି ସେ ପର୍ଯ୍ୟନ୍ତ ଏହା ଅସମ୍ଭବ ମନେ ହେଉଛି। ପାକିସ୍ତାନ ଖେଳାଳି ବିଶ୍ୱର ସବୁଠୁ ମହଙ୍ଗା କ୍ରିକେଟ୍‌ ଲିଗ୍‌ ନ ଖେଳିବା କାରଣରୁ ବହୁତ ଅସୁବିଧାର ସାମ୍ନା କରୁଛନ୍ତି। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମଧ୍ୟରେ ୧୩ ବର୍ଷ ହେଲା କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯାଇନାହିଁ। ଶେଷଥର ପାଇଁ ୨୦୦୭ରେ ଉଭୟ ଦେଶ ମଧ୍ୟ ୩ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯାଇଥିଲା। ଏହାକୁ ଭାରତ ୧-୦ରେ ଜିତିଥିଲା। ସେହିପରି ଗତ ୭ ବର୍ଷ ହେଲା କୌଣସି ଦ୍ୱିପାକ୍ଷିକ ଏକଦିବସୀୟ ସିରିଜ୍‌ ଆୟୋଜନ କରାଯାଇନାହିଁ। ୨୦୧୩ରେ ପାକିସ୍ତାନ ଭାରତ ଗସ୍ତରେ ଆସି ୨-୧ରେ ସିରିଜ୍‌ ଜିତିଥିଲା।

Share