ମରଣାନ୍ତକ ଆକ୍ରମଣ ପରେ ଅପରାହ୍ନ ୪ଟାରେ ଖବରଦାତା ସମ୍ମିଳନୀ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରାଯିବା ଦାବିରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଲାଓ୍ବାଲା ଛକରେ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ଜଣେ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ତାଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ମରଣାନ୍ତକ ଆକ୍ରମଣ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଲାହୋରରେ ଇମ୍ରାନ୍‌ ଖାନ୍‌ ଏକ ଖବରଦାତା ସମ୍ମିଳନୀ କରିବେ ବୋଲି ଜଣାପଡ଼ିଛି।

Share