ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି,୧୬ା୧୦(୦୫): ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଯୁଧିଷ୍ଠିର ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ। ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ୧୯୮୪ରୁ ୧୯୯୦ ପର୍ଯ୍ୟନ୍ତ ଥିଲେ ପିପିଲି ବ୍ଲକ ଚେୟାରମ୍ୟାନ ମଧ୍ୟ ଥିଲେ।

Share