Posted inଜାତୀୟ

ଅଧୁରା ରହିଗଲା ମନମୋହନଙ୍କ ଏହି ଇଚ୍ଛା…ଚାହିଁଲେ ବି ଏହି ଘୋଟାଲାରେ କୋର୍ଟ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ

ନୂଆଦିଲ୍ଲୀ,୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୬ ଡିସେମ୍ବର ୨୦୨୪ରେ ୯୨ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶର ରାଜନୈତିକ ତଥା ଅର୍ଥବ୍ୟବସ୍ଥାରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତେବେ କୋଇଲା ଦୁର୍ନୀତି ମାମଲାରେ ଲାଗିଥିବା ଦାଗକୁ ଧୋଇବା ଲାଗି ତାଙ୍କର ଇଚ୍ଛା ଅଧାରେ ରହି ଯାଇଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ କୋଇଲା ବ୍ଲକ ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଯଦି ଏହି ମାମଲାରେ ତାଙ୍କୁ ଆଶ୍ୱସ୍ତି ମିଳିଥାନ୍ତା ତେବେ ତାଙ୍କ ସ୍ବଚ୍ଛ ପତିଆରା ବଜାୟ ରଖିବାରେ ସହାୟକ ହୋଇଥାନ୍ତା।

ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦୧୫ ମାର୍ଚ୍ଚରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ କୋଇଲା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାବେ ସମନ କରିଥିଲେ। ଯେଉଁଥିରେ ପାରଦର୍ଶିତା ନ ଥାଇ କୋଇଲା ଉତ୍ପାଦନ ଲାଗି ଘରୋଇ କମ୍ପାନୀକୁ ଅଧିକାର ଦିଆଯାଇଥିବା କୁହାଯାଇଥିଲା। ସେତେବେଳେ ମନମୋହନ କହିଥିଲେ ଯେ, ମୁଁ ଚିନ୍ତିତ, ହେଲେ ଏହା ଜୀବନର ଏକ ଅଂଶ।

୨୦୧୫ରେ ସିବିଆଇ ନିଜର କ୍ଲୋଜର ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ କାହା ବିରୋଧରେ ମୋକଦ୍ଦମା ଚାଲିବା ନେଇ କୌଣସି ପ୍ରମାଣ ନାହିଁ। ଏହି ମାମଲା ୨୦୦୫ରେ ଓଡ଼ିଶାର ତାଲବିରା ବ୍ଲକର କୋଇଲା ଅଞ୍ଚଳରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଂଶକୁ ଅନ୍ୟ ଏକ କମ୍ପାନୀକୁ ଆବଣ୍ଟିତ କରିବା ସହ ଜଡ଼ିତ ଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ମନମୋହନଙ୍କ ନିକଟରେ କୋଇଲା ମନ୍ତ୍ରଣାଳୟର ଦାୟିତ୍ୱ ଥିଲା।

ଏପ୍ରିଲ ୨୦୧୫ରେ ସୁପ୍ରିମକୋର୍ଟ ମନମୋହନଙ୍କୁ ସମନ ପଠାଇବା ଲାଗି ଟ୍ରାଏଲ୍‌ କୋର୍ଟର ଆଦେଶ ଉପରେ ରୋକ ଲଗାଇଥିଲେ। ଅକ୍ଟୋବର ୨୦୧୫ରେ କୋର୍ଟ କହିଥିଲେ ଯେ କୋଇଲା ସଚିବ ଗୁପ୍ତା ମନମୋହନଙ୍କୁ ଅନ୍ଧାରରେ ରଖିଥିଲେ ଏବଂ ଗୁପ୍ତା ଏବଂ ୫ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ ହୋଇଥିଲା। ୨୦୧୭ରେ ଏକ ସ୍ପେଶାଲ ସିବିଆଇ କୋର୍ଟ କୋଇଲା ଘୋଟାଲା ସହ ସମ୍ବନ୍ଧିତ ମାମଲାରେ ଗୁପ୍ତା, କୋଇଲା ମନ୍ତ୍ରଣାଳୟର ପୂର୍ବ ସଂଯୁକ୍ତ ସଚିବ କେ ଏସ୍‌ କ୍ରୋଫା ଏବଂ ପ୍ରଭାରୀ ନିର୍ଦ୍ଦେଶକ କେ ସି ସମରିଆ ସମେତ କୋଇଲା ମନ୍ତ୍ରଣାଳୟର ୩ ପୂର୍ବ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାଦ୍ୱାରା ମନମୋହନଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା।

ନିଜର ଅବସର ପରେ ସୁପ୍ରିମକୋର୍ଟର ବିଚାରପତି ଦତ୍ତୁ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଥିଲେ ଯେ, ସେ ଜଣେ ସ୍ବଚ୍ଛ ତଥା ନିର୍ମଳ ଛବି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ। ତାଙ୍କୁ ଏଭଳି ମାମଲାରେ ଅଭିଯୁକ୍ତ ଭାବେ ମୋକଦ୍ଦମାର ସମ୍ମୁଖୀନ ହେଉଥିବା ଦେଖି ପାରି ନ ଥାନ୍ତି, ଯାହାର ଆଧାର ତାଙ୍କ ଦଳର ରାଜନୈତିକ ନିଷ୍ପତ୍ତି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିରେ କୁକୁର କିଣା: ଘରେ ପଶିଲା ଇଡି

ବେଙ୍ଗାଲୁରୁ,୧୮।୪:ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୫୦ କୋଟି ଟଙ୍କାରେ ଆମେରିକାରୁ ଏକ ବିରଳ ପ୍ରଜାତିର ‘ଓ୍ବଲ୍ଫଡଗ୍‌’ କିଣିଥିବା କହିବା ପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ...

ହାଇଦ୍ରାବାଦ୍‌କୁ ହରାଇ ମୁମ୍ବାଇର କ୍ରମାଗତ ଦ୍ୱିତୀୟ ବିଜୟ

ମୁମ୍ବାଇ,୧୭ା୪:  ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୬୩...

ଆଇପିଏଲ୍‌ରେ କଡ଼ାକଡ଼ି ହେବ ବ୍ୟାଟ୍‌ ଯାଞ୍ଚ

ମୁମ୍ବାଇ,୧୭ା୪: ଗତ ସପ୍ତାହରେ ବସିଥିବା ଆଇପିଏଲ୍‌ ଅମ୍ପାୟରଙ୍କ ରିଭ୍ୟୁ ମିଟିଂରେ ବ୍ୟାଟ୍‌ ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ବ୍ୟାଟରଙ୍କ ଇନିଂସ ଆରମ୍ଭ ହେବା...

ବିଫଳତାରୁ ଶିଖିଲେ ସଫଳତା ମିଳିବ

ନୂଆପଡ଼ା,୧୮।୪(ମକାରୁ ବେମାଲ)-ନୂଆପଡ଼ା ଆଦର୍ଶ ଆବାସିକ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ...

ସାଇବର ଠକଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପାଟଣା ଥାନା ସାହାରପଡ଼ାରୁ ସାଇବର ଠକଙ୍କୁ ସିମ୍‌କାର୍ଡ ବିକିବା ଅଭିଯୋଗରେ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତମାନେ...

ସମାନ୍ୟ ବଚସାରୁ ଯୁବକଙ୍କ ନିର୍ମମ ହତ୍ୟା

ଆନନ୍ଦପୁର,୧୭।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ୮ନମ୍ବର ୱାର୍ଡ ବଡ଼ମଳିକ ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର...

କୋଟିଆରେ ଆଧାର କେୱାଇସିକୁ ନେଇ ଦ୍ୱନ୍ଦ୍ୱ

ପଟ୍ଟାଙ୍ଗି,୧୭ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ସୀମାନ୍ତବାସୀ ଦ୍ୱନ୍ଦ୍ୱରେ। କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ତଥା...

ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

ପାରଳାଖେମୁଣ୍ଡି,୧୭ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଋତୁରାଜ ଗମାଙ୍ଗଙ୍କ ଗତ ୧୪ ତାରିଖରେ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image