Categories: ଜାତୀୟ

ଟିଏମ୍‌ସିରେ ଆସାମ କଂଗ୍ରେସର ପୂର୍ବତନ ସଭାପତି

କୋଲକାତା,୧୮।୪ : ଆସାମ କଂଗ୍ରେସର ପୂର୍ବତନ ସଭାପତି ରିପୁନ୍‌ ବୋରା ଦଳ ଛାଡ଼ି ରବିବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରକୁ ଟୁଇଟରରେ ଶେୟାର କରିଛନ୍ତି। ଆଜିଠାରୁ ନୂଆ ରାଜନୈତିକ ଯାତ୍ରା ଆରମ୍ଭ ହେଲା ବୋଲି ରିପୁନ୍‌ କହିଛନ୍ତି।
ନିକଟରେ ଆସାମରୁ ରାଜ୍ୟ ସଭା ପାଇଁ ହୋଇଥିବା ନିର୍ବାଚନରେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ରିପୁନ୍‌ ହାରିଯାଇଥିଲେ। ନିର୍ବାଚନରେ ହୋଇଥିବା କ୍ରସ୍‌ ଭୋଟିଂ ପାଇଁ କଂଗ୍ରେସ ଏବଂ ଏଆଇୟୁଡିଏଫ୍‌ ପରସ୍ପରକୁ ଦୋଷ ଦେଇଥିଲେ। ନିହିତ ସ୍ବାର୍ଥ ପାଇଁ କଂଗ୍ରେସ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଥିବା ରିପୁନ୍‌ ଅଭିଯୋଗ କରିଥିଲେ। ଭାଜପାକୁ ରୋକିବା ଲାଗି ଏକାଠି ଲଢ଼ିବା ପରିବର୍ତ୍ତେ ସର୍ବପୁରାତନ ଦଳର ବିଭିନ୍ନ ସ୍ତରର ନେତା ବ୍ୟକ୍ତିଗତ ସ୍ବାର୍ଥ ହାସଲ ଲାଗି ପରସ୍ପର ମଧ୍ୟରେ ଲଢ଼ୁଛନ୍ତି। ଗୋଟିଏ ଗୋଷ୍ଠୀ କଂଗ୍ରେସ ନେତାଙ୍କର ଭାଜପା ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ସହ ଗୋପନ ବୁଝାମଣା ରହିଥିବା ସେ ଇସ୍ତଫାପତ୍ରରେ ଲେଖିଛନ୍ତି।

 

 

Share