Categories: ଜାତୀୟ

ଏବେ ବି କୋମାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ମଧ୍ୟ କୋମାରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କୌଣସି ସୁଧାର ଆସି ନ ଥିବା ଡାକ୍ତରମାନେ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଗଷ୍ଟ ୧୦ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ ତାଙ୍କ କରୋନା ପଜିଟିଭ୍‌ ଜଣାପଡିଥିଲା। ଏବେ ଏହାର ଚିକିତ୍ସା ମଧ୍ୟ କରାଯାଉଛି। ଡାକ୍ତରଖାନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛିି ଯେ ପ୍ରଣବ ମୁଖାର୍ଜୀ ଫୁସଫୁସ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଛନ୍ତି। ଗତକାଲି ଠାରୁ ତାଙ୍କ କିଡନୀରେ ମଧ୍ୟ କିଛି ଅସୁବିଧା ପରିଲକ୍ଷିତ ହେଉଛି। ସେ ଏବେ ବି ଗଭୀର କୋମାରେ ଅଛନ୍ତି। ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।

Share