ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ କରିବାସହ କରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି। ହସ୍ପିଟାଲକୁ ସେ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ନେଇ ଯାଇଥିବା ବେଳେ ତାଙ୍କର କରୋନା ଟେଷ୍ଟ ପଜିଟିଭ ଆସିଥିବା ସେ ଟୁଇଟ୍‌ କରିଛନ୍ତି।

Share