ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ କରାଯାଇଛି, ତାହା ଜଣାପଡ଼ିନାହିଁ। ତାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଚାର ଅଭିଯୋଗ ଅଣାଯାଇଥିବା ତେହରାନର ସରକାରୀ ଓକିଲ ସୂଚନା ଦେଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ୨୨ ବର୍ଷୀୟ ମହିଳା ମହସା ଅମିନିଙ୍କର ହାଜତରେ ମୃତ୍ୟୁ ଘଟିବା ପରେ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜୋର୍‌ ଧରିଥିଲା। ଏହି ସମୟରେ ଦଙ୍ଗାକୁ ଉସୁକାଇବା ଅଭିଯୋଗରେ ଫାଏଜେଙ୍କୁ ଗିରଫ କରାଯାଇଥିଲା। ୧୯୭୯ ବିପ୍ଳବ ପରେ ଏହି ଆନ୍ଦୋଳନ ଇରାନ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଜାରି ରହିଥିବାବେଳେ ଏହାକୁ ଦମନ କରିବା ଲାଗି ସରକାର ବଳ ପ୍ରୟୋଗ କରିଥିଲେ। ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ଅନେକଙ୍କ ଜୀବନ ଯାଇଥିବାବେଳେ ବହୁସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ଇତିମଧ୍ୟରେ କେତେଜଣଙ୍କୁ ମିଥ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇ ଫାଶୀ ଦିଆଗଲାଣି। ଫାଏଜେଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଥିବାବେଳେ ଏହା ଚୂଡ଼ାନ୍ତ ନୁହେଁ ବୋଲି ପ୍ରତିପକ୍ଷ ଓକିଲ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ଭାରତ ସହ ମିଶି ଶେଷ କରିବୁ ସ୍ମଗ! ଦୀପାବଳି ପରେ କାହିଁକି ଏମିତି କହିଲେ ମରିୟମ

ଇସଲାମାବାଦ,୧।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ବୁଧବାର ୯୦-ଶାହରାହ-ଏ-କାୟଦ-ଏ-ଆଜମରେ ଅନୁଷ୍ଠିତ ଦୀପାବଳି ଉତ୍ସବରେ ଯୋଗ...

ଭୟଙ୍କର ସ୍ଥିତିରେ ରୁଷିାଆ-ୟୁକ୍ରେନ ଯୁଦ୍ଧ: ରୁଷିଆକୁ ସହାୟତା ପାଇଁ ଆଗେଇ ଆସିଲା ଉତ୍ତର କୋରିଆ

କିଭ୍‌,୧।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏହି ସମୟରେ ରୁଷିଆକୁ ୧୦ ହଜାରରୁ ଅଧିକ ମିଶାଇଲ୍‌ ପଠାଇଛି ଉତ୍ତର କୋରିଆ। ନିକଟରେ...

ହ୍ବାଇଟ ହାଉସର ସେନା ବ୍ୟାଣ୍ଡ ଦୀପାବଳିରେ ବଜାଇଲେ ‘ଓମ ଜୟ ଜଗଦୀଶ ହରେ’ ଭାଇରାଲ ହେଉଛି ଭିଡିଓ

ଓ୍ବାଶିଂଟନ,୩୧।୧୦: ଦୀପାବଳି ଏକ ପର୍ବ ଏବଂ ଲୋକମାନେ ଏହାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି...

ସତ୍ୟ ନାଡେଲାଙ୍କ ନିଦ ହଜାଇଲା ଚାଇନା! କମିଲା ମାଇକ୍ରୋସଫ୍ଟ ସିଇଓଙ୍କ ରୋଜଗାର

ଓ୍ବାଶିଂଟନ,୩୧।୧୦: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଦରମା ୨୦୨୪ ଆର୍ଥିକ ବର୍ଷ ପାଇଁ ୬୩% ବୃଦ୍ଧି ପାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC)...

ଟ୍ରମ୍ପଙ୍କ ମାଷ୍ଟରଷ୍ଟ୍ରୋକ୍: ଅଳିଆ ଗାଡ଼ି ଧରି କଲେ ପ୍ରଚାର

ନୂଆଦିଲ୍ଲୀ,୩୧ା୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଉ ଗୋଟିଏ ସପ୍ତାହ ବାକି ଅଛି। ବିଜୟ ପାଇଁ ରପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟ ପ୍ରାର୍ଥୀ...

ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର...

ପାକିସ୍ତାନ ଉପରେ ରାଗି ନିଆଁବାଣ ଚାଇନା, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ…

ବେଜିଂ,୩୦।୧୦: କେବଳ କଥାରେ ପାକିସ୍ତାନ-ଚାଇନା ବନ୍ଧୁ, ହେଲେ ଉଭୟଙ୍କର ବନ୍ଧୁତା କେବଳ ପରସ୍ପରଠାରୁ ଲାଭ ପାଇବା। ଭାରତ ବିରୋଧୀ ଏଜେଣ୍ଡା ହେଉଛି ଏହି ଦୁଇ ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri