ନା ଏସି, ନା ଭିଭିଆଇପି ଟ୍ରିଟମେଣ୍ଟ; ୮୦୪ କଏଦୀ ଥିବା ଜେଲରେ ରହୁଛନ୍ତି ଇମ୍ରାନ, ବ୍ରିଟିଶ ଶାସକ ସମୟର ଅଟୋକ ଜେଲ

ଇସଲାମାବାଦ,୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଟୋକ ଜେଲରେ ବନ୍ଦୀ କରି ଦିଆଯାଇଛି। ପଞ୍ଜାବ ଅଞ୍ଚଳର ସୀମାରେ ଥିବା ଅଟୋକ ଜେଲ ଏକ ଐତିହାସିକ ଜେଲ, ଯେଉଁଠାରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମଏଲ-ଏନ) ସୁପ୍ରିମୋ ନଓ୍ବାଜ ଶରିଫ, ପାକିସ୍ତାନ ପିପୁଲ୍‌ସ ପାର୍ଟି(ପିପିପି)ର ସହ ଅଧ୍ୟକ୍ଷ ଆସିଫ ଜରଦାରି ଓ ଏବେକାର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସମେତ ଅନେକ ନେତାଙ୍କୁ ରଖାଯାଇ ସାରିଛି।

ସୂଚନାଯୋଗ୍ୟ, ତୋସାଖାନା ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହା ବ୍ୟତୀତ ସେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। ୭୦ ବର୍ଷୀୟ ଇମ୍ରାନଙ୍କୁ ଅଗଷ୍ଟ ୫ରେ ଲାହୋରର ଜମାନ ପାର୍କ ଘରୁ ଗିରଫ ହୋଇ ପଞ୍ଜାବ ପ୍ରଦେଶର ସୀମାନ୍ତ ଜିଲା ଆଟାକର ଏକ ଜେଲକୁ ପଠାଯାଇଥିଲା।

Share