ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ

ବ୍ରୁସ୍‌ଲେସ୍‌,୧୪।୧: ବେଲଜିୟମର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭସ୍‌ ଲେଟର୍‌ମି ଭାରତକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ କରିବା ପାଇଁ ଦାବି କରିଛନ୍ତି। ଭାରତକୁ ସ୍ଥାୟୀ ସଦସ୍ୟ କରିବା ସୁରକ୍ଷା ପରିଷଦର ବୈଧତା ଏବଂ ପ୍ରତିନିଧିତ୍ୱ ବୃଦ୍ଧି କରିବ।
ଲାଟାରମେ କହିଛନ୍ତି, ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଏକବିଂଶ ଶତାବ୍ଦୀର ବାସ୍ତବତା ସହିତ ଖାପ ଖୁଆଇବା ଆବଶ୍ୟକ। ଭାରତର ଭୌଗୋଳିକ ସ୍ଥିତିକୁ ବଢାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଦେଶ ବହୁପକ୍ଷୀୟ ମଞ୍ଚରେ ଏକ ଦୃଢ ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି।
ଲାଟାରମେ ନୂତନ ସଂଯୋଗୀକରଣ ପଦକ୍ଷେପ ‘ଭାରତ ପଶ୍ଚିମ ଏସିଆ ୟୁରୋପ ଅର୍ଥନୈତିକ କରିଡର’ (IMEC)କୁ ପ୍ରଶଂସା କରିଛି ଏବଂ ଏହାକୁ ଚାଇନା ‘ବେଲ୍ଟ ଆଣ୍ଡ ରୋଡ’ ଇନିସିଏଟିଭ (BRI) ପାଇଁ ପୂରକ ବୋଲି ବର୍ଣ୍ଣନା କରିଛନ୍ତି।
ୟୁଏନଏସସିର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଆବେଦନକୁ ସମର୍ଥନ କରି ଲାଟାରମେ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦକୁ ପୁନଃ ସଂଗଠିତ କରାଯିବା ଆବଶ୍ୟକ, ଯାହା ଦ୍ୱାରା ଭାରତ, ବ୍ରାଜିଲ ଏବଂ ଅନ୍ୟାନ୍ୟ ଉଦୀୟମାନ ଦେଶ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରଭାବ ପକାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri