ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଯୋଗଦେବେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

କେମ୍ବ୍ରିଜ୍‌,୨୭ା୪ : ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ନ ଚଳିତ ବର୍ଷ ଶେଷ ଭାଗରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ସାମୟିକ ଭାବେ ଯୋଗଦେବେ। କେନେଡି ସ୍କୁଲ୍‌ ଡିନ୍‌ ଡୋଗ୍‌ଲାସ ଏଲ୍‌ମେଣ୍ଡୋର୍ଫ ଏହି ସୂଚନା ଦେଇଛନ୍ତି। ଆର୍ଡେର୍ନ ବାମଦଳର ବିଶ୍ୱ ଆଇକନ୍‌ ଏବଂ ମହିଳାମାନଙ୍କ ପାଇଁ ପ୍ରେରଣା। ସେ ହାର୍ଭାର୍ଡ କେନେଡି ସ୍କୁଲ୍‌ରେ ଡୁଆଲ ଫେଲୋଶିପ୍‌ ପାଇଁ ନିଯୁକ୍ତ ହୋଇଛନ୍ତି। ସୁଦୃଢ଼ ଓ ସହାନୁଭୂତିଶୀଳ ନେତୃତ୍ୱ କ’ଣ ତାହା ଆର୍ଡେର୍ନ ବିଶ୍ୱକୁ ଦେଖାଇଥିଲେ। ସେ ହାର୍ଭାର୍ଡ ଛାତ୍ରୀଛାତ୍ରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ଆଣିବେ ବୋଲି ଏଲ୍‌ମେଣ୍ଡୋର୍ଫ କହିଛନ୍ତି। ୨୦୧୭ରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ହୋଇଥିବା ଆର୍ଡେର୍ନ ଗତ ଜାନୁୟାରୀରେ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ।

Share