Categories: ଜାତୀୟ

ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମୁଁ ପୂରଣ କରିବି: ପିତାଙ୍କୁ ଏମିତି ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ ।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ ତମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ପୁତ୍ର ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ଏମାନେ ବୀରଭୂମି ଯାଇ ରାଜୀବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ ରବର୍ଟ ଭଦ୍ରା, ଏମପି କେସି ଭେନୁଗୋପାଳ ଓ ଏଲଓପି ମଲ୍ଲିକାର୍ଜୁନ ଖଡଗେ ବି ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏହି ଅବସରରେ ପିତାଙ୍କୁ ମନେପକାଇ ରାହୁଲ ଟୁଇଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହାସହ ରାହୁଲ ଲେଖିଛନ୍ତି, ବାପା, ଆପଣ ସବୁବେଳେ ମୋ ସହ ଅଛନ୍ତି । ମୋ ହୃଦୟରେ ଅଛନ୍ତି । ମୁଁ ସବୁବେଳେ ପ୍ରୟାସ କରୁଛି ଆପଣ ଦେଶପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ମୁଁ ପୁରଣ କରିବି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଟୁଇଟ କରି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି ଲେଖିଛନ୍ତି ଆମର ପୂର୍ବତନ ପ୍ରଧାମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ । ସୂଚନାଯୋଗ୍ୟ, ରାଜୀବ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ରେ ଜନ୍ମନେଇଥିବା ବେଳେ ମାତ୍ର ୩୭ ବର୍ଷ ବୟସରେ ରାଜନୀତିରେ ଯୋଗ ଦେଇଥିଲେ ।

Share