Posted inଜାତୀୟ

କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା,୨।୯: କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍‌ ପଞ୍ଜୀକୃତ କରିଥିଲା।

କୋଲକାତାର ଆର୍‌.ଜି କର ମେଡିକାଲ କଲେଜକୁ ନେଇ ବିବାଦ ଲାଗି ରହିଛି। ଏଠାରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହା ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟଙ୍କୁ ସିବିଆଇ ଗିରଫ କରିସାରିଛି।

ଏହି ଘଟଣାରେ ସନ୍ଦୀପ ଘୋଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଲଗାତାର ଅନେକ ଦିନ ଧରି ସିବିଆଇ ତାଙ୍କୁ ପଚରାଉଚରା କରୁଥିଲା। ପଚରାଉଚରା ବେଳେ ସନ୍ଦୀପ ଘୋଷ କ୍ରମାଗତ ଭାବରେ ନିଜର ବିବୃତ୍ତି ପରିବର୍ତ୍ତନ କରୁଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ବିବୃତ୍ତିରେ ସନ୍ତୁଷ୍ଟ ନଥିଲେ।

ଏହି ମାମଲାରେ ଅର୍ଥ ହେରଫେର ମଧ୍ୟ ଇଡି ଯାଞ୍ଚ କରିବ। ଏହି ପରିପ୍ରେକ୍ଷୀରେ,କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଆଧାରରେ ଇଡି ଇସିଆଇଆର ଦାଖଲ କରିବ। ଗତ ସପ୍ତାହରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri