Categories: ଜାତୀୟ

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂଙ୍କୁ ପୁଣି ପଚରାଉଚରା କରିବ ଭିଜିଲାନ୍ସ

ଚଣ୍ଡିଗଡ,୧୦।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭିଜିଲାନ୍ସ ପୁଣି ପଚରାଉଚରା କରିବ ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ ଚନ୍ନିଙ୍କୁ ପଚରାଉଚରା କରିବା ପାଇଁ ଜୁନ ୧୩ରେ ଡକାଇଛି। ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ବିଭାଗ ତାଙ୍କୁ ପଚରାଉଚରା କରିବ। ଏଥିସହ ଚନ୍ନିଙ୍କୁ ତାଙ୍କର ସମସ୍ତ ଅତିରିକ୍ତ କାଗଜପତ୍ର ମଧ୍ୟ ଆଣିବାକୁ କୁହାଯାଇଛି।ସୂଚନାଯୋଗ୍ୟ, ଭିଜିଲାନ୍ସ ପୂର୍ବରୁ ଏହି ପ୍ରସଙ୍ଗରେ ଚନ୍ନିଙ୍କୁ ପଚରାଉଚରା କରିସାରିଛି।

ଏହି ସମୟରେ ପଞ୍ଜାବର ଚରଣଜିତ ସିଂ ତାଙ୍କ ସମ୍ପତ୍ତି ଏବଂ ଅନ୍ୟାନ୍ୟ ରେକର୍ଡ ସମ୍ପର୍କରେ ଯାଞ୍ଚ ଟିମ୍‌କୁ ସୂଚନା ଦେଇଥିଲେ। ଏହାପୂର୍ବରୁ ପଞ୍ଜାବ ସରକାର ଚରଣଜିତ ସିଂଙ୍କୁ ଲୁକ୍‌ଆଉଟ ନୋଟିସ ମଧ୍ୟ ଜାରି କରିଥିଲେ।

Share