Categories: ଜାତୀୟ

ପ୍ରକାଶ ସିଂ ବାଦଲ ଗୁରୁତର

ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଜେନରାଲ ଓ୍ବାର୍ଡରୁ ଆଇସିୟୁକୁ ସିପ୍ଟ କରାଯାଇଛି। ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ବାଦଲଙ୍କ ସ୍ବାସ୍ଥାବସ୍ଥା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅକାଳି ଦଳ ଅଧ୍ୟକ୍ଷ ସୁଖବିର ସିଂ ବାଦଲଙ୍କ ସହ କଥା ହୋଇଛନ୍ତି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share