Categories: ଜାତୀୟ

ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟାବସ୍ଥାରେ ଶନିବାର ଗୁରୁତର ଅବନତି ଦେଖାଦେବାରୁ ତାଙ୍କୁ ଫୋର୍ଟିସ୍‌ ମୋହାଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯୪ ବର୍ଷୀୟ ବାଦଲ ନିକଟରେ ଲାମ୍ବି ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ନିର୍ବାଚନ ଲଢ଼ିବାରେ ସେ ଦେଶର ସର୍ବବରିଷ୍ଠ ପ୍ରାର୍ଥୀ। ଗତ ଜାନୁୟାରୀରେ ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଲୁଧିଆନାର ଦୟାନନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Share