Categories: ଜାତୀୟ

ଏନ୍‌ଆଇଏ ମୁଖ୍ୟ ହେଲେ ଦିନକର ଗୁପ୍ତା

ନୂଆଦିଲ୍ଲୀ,୨୩।୬: ବରିଷ୍ଠ ଆଇପିଏସ୍‌ ଅଫିସର ଦିନକର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। କାର୍ମିକ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ଏହି ସୂଚନା ଦିଆଯାଇଛି।

୧୯୮୭ ବ୍ୟାଚ୍‌ ପଞ୍ଜାବ କ୍ୟାଡର ଆଇପିଏସ୍‌ ଗୁପ୍ତା ଏନ୍‌ଆଇଏ ମୁଖ୍ୟ ଭାବେ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବେ। ଏହା ବ୍ୟତୀତ ସ୍ବାଗତ ଦାସ୍‌ଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ(ଆଭ୍ୟନ୍ତରୀଣ ସୁରକ୍ଷା) ନିଯୁକ୍ତ କରାଯାଇଛି। ୧୯୮୭ ବ୍ୟାଚ୍‌ର ଛତିଶଗଡ଼ କ୍ୟାଡର ଆଇପିଏସ୍‌ ଅଫିସର ସ୍ବାଗତ ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି।

Share