Categories: ଜାତୀୟ

ପୂର୍ବତନ ବାଚସ୍ପତି ନିର୍ମଳ ସିଂଙ୍କ ପରଲୋକ

ଚଣ୍ଡିଗଡ଼,୧୬।୭: ପଞ୍ଜାବର ପୂର୍ବତନ ବାଚସ୍ପତି ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ନିର୍ମଳ ସିଂ କାହଲୋନଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ଟୁଇଟ୍‌ କରି ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି, ”ପଞ୍ଜାବର ପୂର୍ବତନ ବାଚସ୍ପତି ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ନିର୍ମଳ ସିଂ କାହଲୋନଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ନିର୍ମଳ ସିଂ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ। ମୁଁ କାହଲୋନଙ୍କ ପରିବାର ସହିତ ଛିଡା ହୋଇଛି।“

Share