ନୂଆଦିଲ୍ଲୀ,୧୫।୩: ଜମି ବଦଳରେ ଚାକିରି ଦେବା ମାମଲାରେ ଛନ୍ଦି ହୋଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଲୋକ। ତେବେ ଏହି ମାମଲାରେ ବୁଧବାର ଲାଲୁଙ୍କ ସମେତ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ତାଙ୍କ ଝିଅ ତଥା ଆରଜେଡି ଏମ୍ପି ମିସା ଭାରତୀ ବୁଧବାର ଦିଲ୍ଲୀର ରୌଜ୍ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ମେ ୧୮ରେ ସିବିଆଇ ଲାଲୁ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।