Categories: ଜାତୀୟ

କୋଇଲା ବ୍ଲକ୍‌ ମାମଲାରେ ୪ବର୍ଷ ପାଇଁ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଦା

ନୂଆଦିଲ୍ଲୀ,୨୬।୭: ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ପୁଅ ଦେବେନ୍ଦର ଦର୍ଦା ଏବଂ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ୍‌ ଲିମିଡେଡ ନିର୍ଦ୍ଦେଶକ ମନୋଜ କୁମାର ଜଏସ୍ବାଲଙ୍କୁ ମଧ୍ୟ ସମାନ ଦଣ୍ଡ ପ୍ରଦାନ କରିଛନ୍ତି। ଏହି ମାମଲାରେ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ.ସି ଗୁପ୍ତା, ଦୁଇ ବରିଷ୍ଠ ସରକାରୀ କର୍ମଚାରୀ କେ.ଏସ କ୍ରୋଫା ଏବଂ କେସି ସମରିଆଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Share