ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦେଲେ ପରମାଣୁ ଧମକ

ମସ୍କୋ,୨୫ ।୩: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦଭ ଚେତାବନୀ ଦେଇଛନ୍ତି କି ଯଦି ୟୁକ୍ରେନ ପକ୍ଷରୁ କ୍ରିମିୟାକୁ କବଜା କରିବାକୁ ଚେଷ୍ଟା କରାଗଲା ତେବେ ପରମାଣୁ ଆକ୍ରମଣ ଜରିଆରେ ଏହାର ଜବାବ ମିଳିବ । ମେଦଭେଦଭ ରୁଷିଆ ରାଷ୍ଟ୍ରପତିଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଅଦାଲତ ପକ୍ଷରୁ ଜାରି ୱାରଣ୍ଟକୁ ନେଇ କହିଥିଲେ, ପୁଟିନଙ୍କୁ ଗିରଫ କରିବାର ଚେଷ୍ଟା ବିଶ୍ୱକୁ ପରମାଣୁ ପ୍ରଳୟ ଆଡକୁ ଟାଣି ନେବା ।
ରୁଷିଆ ଟୁଡେ ଅନୁଯାୟୀ, ମେଦଭେଦଭ ୟୁକ୍ରେନର ସେହି ଦାବିକୁ ଅର୍ଥହୀନ ବୋଲି କହିଛନ୍ତି ଯାହା କ୍ରିମିୟା ଉପରେ କବଜା କରିପାରେ । ସେ କହିଛନ୍ତି, ଏହା କେବଳ ପ୍ରଚାର ଏହାକୁ ଏହିଭଳି ନେବା ଦରକାର ।
ସୂଚନାଯୋଗ୍ୟ, କ୍ରମିୟା ବ୍ଲାକ ସିରେ ଅବସ୍ଥିତ । ଐତିହାସିକ ଭାବେ ଏହା ୟୁକ୍ରେନର ଅଂଶ ଥିଲା । ହେଲେ ୨୦୧୪ରେ ରୁଷିଆ ଏହା ଉପରେ କବଜା କରିନେଇଛି । କିଛି ଦେଶ ଏହା ଉପରେ ଆର୍ଥିକ ପ୍ରତିବନ୍ଧକ ବି ଲାଗଇଛନ୍ତି । ହେଲେ ରୁଷିଆ କହିଥିଲା କ୍ରିମିୟାରେ ରୁଷିଆ ଭାଷି ନାଗରିକଙ୍କ ରକ୍ଷା କରିବା ଓ ନିଜର ସାମରିକ ହିତକୁ ସୁରକ୍ଷିତ କରିବାକୁ ଏହି ବିଲୟ ଜରୁରୀ ଥିଲା ।

Share