ଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ୨ବର୍ଷ ଜେଲଦଣ୍ଡ

ସୁନ୍ଦରଗଡ,୩୦ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣି କରି କିଞ୍ଜିରିକେଲାର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଞ୍ଜଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ମାସ ଜେଲ ପାଇଁ ଅଦାଲତ ତାଙ୍କ ରାୟରେ ଆଦେଶ କରିଛନ୍ତି। ଅଭିଯୁକ୍ତ ସରପଞ୍ଚ ମିଞ୍ଜି ଅଭିଯୋଗକାରୀଙ୍କ ମା’ଙ୍କ ନାମରେ ମଞ୍ଜୁର ହୋଇଥିବା ଇନ୍ଦିରା ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ସକାଶେ ଲାଞ୍ଚ ଦାବି କରି ହଇରାଣ କରିଆସୁଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ମିଞ୍ଜ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଜ ଗ୍ରହଣ କରୁଥିବାବେଳେ ଧରାପଡିଥିଲେ। ସରକାରଙ୍କ ତରପରୁ୍‌ ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମ ସୁନ୍ଦର ମିଶ୍ର ପରିଚାଳନା କରୁଥିଲେ।

Share