ବ୍ରହ୍ମପୁର ଅଫିସ,୧୪ା୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ବ୍ରହ୍ମପୁର ବଡ଼ବଜାର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କଠାରୁ ୩ ଟି ଖଣ୍ଡା, ୬ଟି ମୋବାଇଲ, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ଷଡ଼ଯନ୍ତ୍ର କରିଥିବା ବ୍ୟକ୍ତିଙ୍କୁ ଖୋଜାଚାଲିଛି ବୋଲି ପୋଲିସ କହିଛି।