ବାସନ୍ଦ ଘଟଣା: ପୂର୍ବତନ ସରପଞ୍ଚ-ଗ୍ରାମବାସୀ ଟଣାଓଟରା

ଗଞ୍ଜାମ,୩।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡ୍ଡୀଙ୍କ ସମେତ ୪ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଏନେଇ ପୂର୍ବତନ ସରପଞ୍ଚ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କେସ ନଂ. ୨୩୮/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହାକୁ ନେଇ ଗ୍ରାମବାସୀ ଓ ବାସନ୍ଦ ପରିବାର ପକ୍ଷରୁ ଆରୋପ ପ୍ରତ୍ୟାରୋପ ଚାଲିଛି।
ଅନ୍ୟପଟେ ଗ୍ରାମବାସୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି।
ସେଥିରେ ଦର୍ଶାଯାଇଛି ଯେ, ସରପଞ୍ଚ ଥିବା ବେଳେ ରେଡ୍ଡୀ ଉନ୍ନତିିମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ହଡପ କରିଛନ୍ତି । ଏଥିସହ କୋଠ ଟଙ୍କା ପୈଠ କରି ନ ଥିବା ଗ୍ରାମବାସୀଙ୍କ ତରଫରୁ ସଭାପତି କେ.ଡିଲୁ ରେଡ୍ଡୀ, ନର ରେଡ୍ଡୀ ,ଏସ.ରାମଚନ୍ଦ୍ର ରେଡ୍ଡୀ ପ୍ରମୁଖ ଅଭିଯୋଗ କରିଛନ୍ତି। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗକୁ ପୂର୍ବତନ ସରପଞ୍ଚ ରେଡ୍ଡୀ ଖଣ୍ଡନ କରିବାସହ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ କରୁଥିବା ରମ୍ଭା ଥାନା ଅଧିକାରୀ ପି ସ୍ବରୂପ କିଷାନ କହିଛନ୍ତି।