Advertisement

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ଅଭିଯୋଗକୁ ଆଧାର କରି ରାମଚନ୍ଦ୍ରପୁର ଥାନା କେସ୍‌ ନଂ ୨୭୭/୨୨ରେ ମାମଲା ରୁଜୁ କରାଯାଇ ସାଇଁକୁଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଭାସ ନାୟକଙ୍କୁ ବୁଧବାର ଗିରଫ କରାଯିବା ଘଟଣା ଚର୍ଚ୍ଚାକୁ ଆସିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଏକ ବେଆଇନ୍‌ ବିଦ୍ୟୁତ୍‌ ସଂଯୋଗ ଅଭିଯୋଗରେ ସାଇଁକୁଳ ଗ୍ରାମର ସୁଜିତ୍‌ ମହାନ୍ତିଙ୍କ ଘରେ ବିଦ୍ୟୁତ୍‌ ବିଭାଗର ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ସାଇଁକୁଳ ପୂର୍ବତନ ସରପଞ୍ଚ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏହା ସହିତ କନିଷ୍ଠ ଯନ୍ତ୍ରୀଙ୍କ ମୁହଁକୁ ମୁଥ ମାରିଥିବା ଅଭିଯୋଗ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share