ପରପାରିରେ ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ସୋମବାର ଅପରାହ୍ନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟରେ ପୀଡ଼ିତ କର ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ  ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ତାଙ୍କ ପୁଅ ସୁମନ କର ସୂଚନା ଦେଇଛନ୍ତି।  ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଚ୍ଛାୟା ଖେଳି ଯାଇଛି। ସେ ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ।   ଅଭିଭକ୍ତ କଟକ ଜିଲାର ମାହାଙ୍ଗା ଆସନରୁ ସେ ବିଧାନସଭାକୁ ୩ ଥର ପ୍ରତିନିଧିତ୍ୱ କରିଥିଲେ। ୧୯୭୭ ମସିହାରେ କଟକ ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ଆଲୋଡନ ସୃଷ୍ଟି କରିଥିଲେ।

 

 

Share