ସିଙ୍ଗାପୁର ଛାଡ଼ି ଏହି ଦେଶରେ ଶରଣ ନେଲେ ଗୋଟବାୟା

କଲମ୍ବୋ,୧୧।୮: ଆଇନଗତ କାରଣରୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଏବେ ସିଙ୍ଗାପୁର ଛାଡିବାକୁ ପଡ଼ିଛି। ଏକ ନିର୍ଦ୍ଧିଷ୍ଟ ସମୟ ପରେ ସେ ଦେଶ ଛାଡିଛନ୍ତି ବୋଲି ଗୁରୁବାର ସିଙ୍ଗାପୁରର ଇମିଗ୍ରେସନ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏକ ଗଣାମାଧ୍ୟମ ଖବର ଅନୁଯାୟୀ ଗୋଟବାୟା ଏବେ ଥାଇଲାଣ୍ଡ ଯାଇଛନ୍ତି। ନିକଟରେ ଥାଇଲାଣ୍ଡ ରାଜପାକ୍ସେଙ୍କୁ ଦେଶରେ ଅସ୍ଥାୟୀ ଭାବେ ରହିବାକୁ ସହମତି ପ୍ରକାଶ କରିଥିଲା। ଥାଇଲାଣ୍ଡରେ ରହିବା ସମୟରେ ରାଜପାକ୍ସେ ଅନ୍ୟ ତୃତୀୟ ଦେଶରେ ନିଜ ପାଇଁ ଶରଣ ନେବା ସମ୍ଭାବନାକୁ ଅନୁସନ୍ଧାନ କରିବେ। ସୂଚନାଯୋଗ୍ୟ, ଜୁଲାଇରେ ଶ୍ରୀଲଙ୍କାରେ ସରକାର ବିରୋଧୀ ପ୍ରଦର୍ଶନ ମଧ୍ୟରେ ଦେଶ ଛାଡିବା ପରେ ଗୋଟବାୟା ପ୍ରଥମେ ମାଳଦ୍ୱୀପ ପରେ ସିଙ୍ଗାପୁରରେ ଶରଣ ନେଇଥିଲେ। ହେଲେ ଗୁରୁବାର ରାଜପାକ୍ସେଙ୍କ ସିଙ୍ଗାପୁର ଭିସା ସମାପ୍ତ ହୋଇଥିଲା। ଯାହାପରେ ସେ ଥାଇଲାଣ୍ଡରେ ଆଶ୍ରୟ ନେଇଛନ୍ତି।

 

Share