ଇସଲାମାବାଦ,୧୮।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମସ୍ୟା କମ୍ ହେବାର ନାଁ ଧରୁନାହିଁ। ବର୍ତ୍ତମାନ ସେ ଏବଂ ଆଉ ତାଙ୍କ ତୃତୀୟ ସ୍ତ୍ରୀ ବୁଶ୍ରା ବିବିଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଏବଂ ସମ୍ବେଦନଶୀଳ ଅଭିଯୋଗ ଆସିଛି। ପ୍ରକୃତରେ, ଜଣେ ଅନାଥ ଶିଶୁ କଲ୍ୟାଣ କେନ୍ଦ୍ରର ଅଧୀକ୍ଷକ ଥିବା ଜଣେ ମହିଳା ଇମ୍ରାନ୍ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍ରା ବିବିଙ୍କୁ ସେକ୍ସ ର଼୍ୟାକେଟ୍ ଚଳାଉଥିବା ଅଭିଯୋଗ କରିଛନ୍ତି।
କାଶାନା ୱେଲଫେୟାର ହାଉସର ପୂର୍ବତନ ଅଧୀକ୍ଷକ ଅଫାଶା ଲତିଫ ଦାବି କରିଛନ୍ତି ଯେ, ଯେତେବେଳେ ଇମ୍ରାନ୍ ଖାନ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଅନାଥ ଝିଅମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା ଏବଂ ସେଠାରେ ସେମାନଙ୍କୁ ଯୌନ ଶୋଷଣ କରାଯାଉଥିଲା। କେବଳ ଏତିକି ନୁହେଁ, ଝିଅମାନଙ୍କୁ ମୁହଁ ନ ଖୋଲିବାକୁ ଧମକ ଦିଆଯାଇଥିଲା। ଲତିଫ ଦାବି କରିଛନ୍ତି , ଅନେକ ଝିଅ ନିଖୋଜ ମଧ୍ୟ ଅଛନ୍ତି। ସେ ଏକ ପାକିସ୍ତାନୀ ମିଡିଆ ଚ୍ୟାନେଲକୁ କହିଛନ୍ତି ଯେ ଇମ୍ରାନ୍ ଖାନଙ୍କ ତୃତୀୟ ସ୍ତ୍ରୀ ବୁଶ୍ରା ବିବିଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟୁଥିଲା।