Categories: ଜାତୀୟ

ପୂର୍ବତନ ଟିଡିପି ମନ୍ତ୍ରୀ ଗିରଫ

ହାଇଦ୍ରାବାଦ, ୭।୧: ଜମି ବିବାଦକୁ ନେଇ ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ଟିଡିପି ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ୨୦୦ କୋଟି ଟଙ୍କାର ଏକ ଜମି ବାବଦକୁ ନେଇ ପୂର୍ବତନ ମନ୍ତ୍ରୀ ଭୂମା ଅଖିଳ ପ୍ରିୟା ତାଙ୍କ ଭାଇମାନଙ୍କୁ ମଙ୍ଗଳବାର ରାତିରେ ଅପହରଣ କରାଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ହକି ଖେଳାଳି ପ୍ରଭିନ୍‌ ରାଓ ଅଛନ୍ତି। ଏହି ଅପହରଣ ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ହେଲେ ଭୂମାଙ୍କ ସ୍ବାମୀ ଭାର୍ଗବ ରାମ, ତାଙ୍କ ବାପାଙ୍କ ଘନିଷ୍ଠ ସହଯୋଗୀ ଏ.ଭି. ସୁବ୍ବା ରେଡ୍ଡୀ ଏବଂ ବରିଷ୍ଠ ଟିଡିପି ନେତା ଭୂମା ନାଗି ରେଡ୍ଡୀ।
ପୋଲିସ କହିବା ଅନୁଯାୟୀ ୧୦-୧୫ ଜଣ ନିଜକୁ ଆୟକର ଅଧିକାରୀ ପରିଚୟ ଦେଇ ମଙ୍ଗଳବାର ରାତି ୭ଟାରେ ଅପହୃତଙ୍କ ହାଇଦ୍ରବାଦସ୍ଥିତ ଘରେ ପ୍ରବେଶ କରିଥିଲେ। ସେମାନେ ଜାଲ୍‌ ଓ୍ବାରେଣ୍ଟ ଦେଖାଇ କିଛି ସମୟ ଚଢ଼ାଉ କରିବା ପରେ ତିନି ଭାଇଙ୍କୁ ସାଙ୍ଗରେ ନେଇଯାଇଥିଲେ। ଅପହରଣକାରୀମାନେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଅନ୍ୟ ଏକ କୋଠରୀରେ ତାଲା ପକାଇଦେଇଥିଲେ। ପୋଲିସ ଅପହରଣକାରୀମାନଙ୍କୁ ଧରିବା ସହ ଅପହୃତ ୩ ଭାଇଙ୍କୁ ଉଦ୍ଧାର କରିଥିଲା।

Share