Categories: ଜାତୀୟ

ଯୋଗୀଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଶିକ୍ଷକ

ଲକ୍ଷ୍ନୌ,୬।୨: ଜମି ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦୀର୍ଘ ୨୬ ବର୍ଷ ହେଲା ମୁଜାଫରନଗରରେ ଧାରଣାରେ ବସିଥିବା ଉତ୍ତରପ୍ରଦେଶର ପୂର୍ବତନ ସ୍କୁଲ୍‌ ଶିକ୍ଷକ ତଥା ଦୁର୍ନୀତି ବିରୋଧୀ କର୍ମୀ ବିଜୟ ସିଂଗୋରଖପୁର ଅର୍ବାନ ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏଥିସହିତ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ବିରୋଧରେ ମଧ୍ୟ ପ୍ରଚାର କରିବେ ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପଶ୍ଚିମ ଉତ୍ତରପ୍ରଦେଶରେ ହଜାର ହଜାର ଏକର ଜମିକୁ ମାଫିଆମାନେ କବ୍‌ଜା କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୟ ସିଂ ୧୯୯୬ରୁ ଧାରଣାରେ ବସିଛନ୍ତି। ସରକାର ଏ ପର୍ଯ୍ୟନ୍ତ ତାଙ୍କ କଥା ଶୁଣି ନ ଥିବାରୁ ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କୁ ନିର୍ବାଚନରେ ଚ୍ୟାଲେଞ୍ଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ସେ ଗୋରଖପୁର ଅର୍ବାନ ଆସନରୁ ପ୍ରାର୍ଥତ୍ପତ୍ର ଦାଖଲ କରିବେ।

Share