Categories: ଖେଳ

ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଚେକ୍‌ ବାଉନ୍ସ ମାମଲାରେ ଗିରଫ

ନାଗପୁର,୧।୨: ଚେକ୍‌ ବାଉନ୍ସ ମାମଲାରେ ନାଗପୁର ପୋଲିସ ପୂର୍ବତନ କ୍ରିକେଟର ପ୍ରଶାନ୍ତ ବୈଦ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିବା ବେଳେ ବୁଧବାର ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା ପୋଲିସ କହିଛି।

ଭାରତୀୟ ଟିମ୍‌ ଲାଗି ୯୦ ଦଶକରେ ୪ ଦିନିକିଆ ଖେଳିଥିବା ପ୍ରଶାନ୍ତ ବର୍ତ୍ତମାନ ବିଦର୍ଭ କ୍ରିକେଟ ସଂଘର କ୍ରିକେଟ ବିକାଶ ସମିତି ମୁଖ୍ୟ ଅଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର କମ୍‌ ସୁଯୋଗ ମିଳିଥିଲେ ହେଁ ଘରୋଇ କ୍ରିକେଟରେ ତାଙ୍କର ଦବ୍‌ଦବା ରହିଥିଲା। ସେ ଡାହାଣ ହାତି ଦ୍ରୁତ ବୋଲଏର ଥିଲେ। ସେ ବିଦର୍ଭ ଏବଂ ପଶ୍ଚିମବଙ୍ଗ ତରଫରୁ ମୋଟ ୫୬ ଫାଷ୍ଟ କ୍ଲାସ ମ୍ୟାଚ୍‌ ଖେଳିଥିଲେ। ଏଥିରେ ହାରାହାରି ୨୮.୬ ଅନୁପାତରେ ୧୭୧ ଉଇକେଟ ନେଇଥିଲେ।

ଚେକ୍‌ ବାଉନ୍ସ ମାମଲା ନେଇ ବଜାଜ ନଗର ପୋଲିସ କହିଛି, ପ୍ରଶାନ୍ତ କଥିତ ଭାବେ ଏକ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଷ୍ଟିଲ ସାମଗ୍ରୀ କିଣିଥିଲେ। ଏହାକୁ ନେଇ ସେ ଚେକ୍‌ଟିଏ ଦେଇଥିଲେ, ଯାହା କି ପରେ ବାଉନ୍ସ ହୋଇଯାଇଥିଲା। ବ୍ୟବସାୟୀଜଣଙ୍କ ପୁଣିଥରେ ତାଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ କ୍ରିକେଟର ମନା କରିଦେଇଥିଲେ। ଏଥିଲାଗି ସେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତର ଶୁଣାଣିରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିଲା।

Share