ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ତହସିଲଦାରଙ୍କୁ ୨ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରଞ୍ଜିତା ଦଳେଇ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣୀ କରି ଅବସରପ୍ରାପ୍ତ ତହସିଲଦାର ଏବଂ ପିଅନଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି। ସେମାନେ ହେଲେ ପୂର୍ବତନ ତହସିଲଦାର ପ୍ରଦୀପ କୁମାର ନାୟକ ଏବଂ ପିଅନ ବିଶ୍ୱନାଥ ନାୟକ।

୨୦୦୯ ସେପ୍ଟେମ୍ବର ୮ ତାରିଖରେ ପାଟଣା ତହସିଲ ତୁରୁମୁଙ୍ଗା ଅଞ୍ଚଳର ସନାତନ ପୃଷ୍ଟିଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପୂର୍ବତନ ତହସିଲଦାର ପ୍ରଦୀପ ଧରାପଡିଥିଲେ। ସନାତନ ପୃଷ୍ଟି ଏବଂ ତାଙ୍କ ୪ ଭାଇ ୫ଟି ପ୍ଲଟ କ୍ରୟ କରିଥିଲେ। ଉକ୍ତ ଜମିକୁ ସେମାନଙ୍କ ନାମରେ ପଟ୍ଟା କରିବା ପାଇଁ ପାଟଣା ତହସିଲରେ ଆବେଦନ କରିଥିଲେ। ପଟ୍ଟା କରିବା ପାଇଁ ୫ଟି ମ୍ୟୁଟେସନ କେସ କରାଯାଇଥିଲା। ଏନେଇ ତହସିଲଦାର ପ୍ରଦୀପ ଆବେଦନକାରୀଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଟଙ୍କା ପିଅନ ବିଶ୍ୱନାଥ ନାୟକଙ୍କୁ ଦେବା ପାଇଁ ସେ କହିଥିଲେ। ଏହାପରେ ସନାତନ ଭିଜିଲାନ୍ସ ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ୭।୦୯।୨୦୦୯ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା।

ଏପରିକି ଭିଜିଲାନ୍ସ ଟିମ୍‌ ଟଙ୍କା ଲାଞ୍ଚ ନେବାବେଳେ ପିଅନ ବିଶ୍ୱନାଥ ନାୟକଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରୁ ଧରିଥିଲା। ଉକ୍ତ ଟଙ୍କା ତହସିଲଦାରଙ୍କ କହିବା ଅନୁସାରେ ସେ ଗ୍ରହଣ କରିଥିବା ଭିଜିଲାନ୍ସକୁ କହିବା ପରେ ଭିଜିଲାନ୍ସ ତାଙ୍କ ସହିତ ତହସିଲଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ଭିଜିଲାନ୍ସ କୋର୍ଟ ମାମଲା(ନଂ.୩୭/୨୦୦୯) ରୁଜୁ ହୋଇଥିଲା। ୧୬ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତି କରି ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଶୁକ୍ରବାର ତତ୍‌କାଳୀନ ତହସିଲଦାର ପ୍ରଦୀପ କୁମାର ନାୟକଙ୍କୁ ୨ବର୍ଷ ଜେଲ ଏବଂ ୭ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପିଅନ ବିଶ୍ୱନାଥ ନାୟକଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୨୦୦୦ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପିପି ଦେବଦତ୍ତ ବିଶ୍ୱାଳ ପରିଚାଳନା କରିଥିଲେ।

ଦଣ୍ଡିତ ଅବସରପ୍ରାପ୍ତ ତହସିଲଦାର ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା କଟିକଟା ଗ୍ରାମର ହୋଇଥିବା ବେଳେ ସେ ଏବେ ଯାଜପୁର ଟାଉନ କଲେଜରୋଡ ଲଲିତେଶ୍ୱର ନଗରରେ ରହୁଛନ୍ତି। ସେହିପରି ପିଅନ ବିଶ୍ୱନାଥଙ୍କ ଘର ପାଟଣା ବ୍ଲକ ତୁରମୁଙ୍ଗା ଥାନା ମହିଷାମୁଣ୍ଡି ଗ୍ରାମରେ ବୋଲି ଜଣାପଡିଛି। ଉଭୟ କର୍ମଚାରୀ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri