Categories: ଜାତୀୟ

ଭାଜପାରେ ସାମିଲ ହେଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୯।୧୨-ଭାଜପାରେ ସାମିଲ ହେଲେ ଟିଏମସିର ପୂର୍ବତନ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଶନିବାର ପଶ୍ଚିମବଙ୍ଗ ମେଦିନାପୁରରେ ଭାଜପା ପକ୍ଷରୁ ଆୟୋଜିତ ରାଲିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଗତ କିଛି ସପ୍ତାହ ଧରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିବାଦ ଲାଗି ରହିଥିବା ଅଧିକାରୀ ଗୁରୁବାର ଟିଏମସିରୁ ଇସ୍ତଫା ଦେଇଥିଲେ।

Share