ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେଲେ ଜ୍ୟାକ ଲ୍ୟୁ

ଓ୍ବାଶିଂଟନ୍‌,୬।୯: ଆମେରିକାର ପୂର୍ବତନ ଟ୍ରେଜେରୀ ସଚିବ ଜ୍ୟାକ ଲ୍ୟୁଙ୍କୁ ଇସ୍ରାଏଲରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି। ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖା ସମୟରେ ବାଇଡେନ ଏହି ପଦବୀ ପାଇଁ ଜଣେ ଉଚ୍ଚ-ପ୍ରୋଫାଇଲ ରାଜନୈତିକ ବ୍ୟକ୍ତି ଜ୍ୟାକ ଲ୍ୟୁଙ୍କୁ ଚୟନ କରିଛନ୍ତି। ଲ୍ୟୁ ଏହି ପଦବୀରେ ରାଷ୍ଟ୍ରଦୂତ ଟମ ନାଇଡସ୍‌ଙ୍କ ସ୍ଥାନ ନେବେ।

Share