ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍‌ କଲେ ଟୁଇଟରର ପୂର୍ବତନ ସିଇଓ

କାଲିଫର୍ନିଆ,୧୮।୮: ଟୁଇଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଇନଷ୍ଟାଗ୍ରାମକୁ ଅଲବିଦା କହିଛନ୍ତି। ଜ୍ୟାକ ଡୋର୍ସି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍‌ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିବାରେ ପ୍ରଥମ ୧୦ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ ଥିଲେ। ୧୨ ବର୍ଷ ପରେ ଜ୍ୟାକ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଛନ୍ତି। ସେ ‘X’ ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

Share