Categories: ଜାତୀୟ

ଟୁଇଟ୍‌ର ଛାଡିଲେ ମନୀଷ ମହେଶ୍ୱରୀ

ନୂଆଦିଲ୍ଲୀ,୧୫।୧୨: ଟୁଇଟର ଇଣ୍ଡିଆର ପୂର୍ବତନ ମୁଖ୍ୟ ମନୀଷ ମହେଶ୍ୱରୀ କମ୍ପାନୀ ଛାଡିଥିବା ନେଇ ଘୋଷଣା କରିଛନ୍ତି। ମହେଶ୍ୱରୀ ଟୁଇଟ୍‌ କରି କହିଛନ୍ତି ଯେ, ତାଙ୍କର ନୂତନ ଏଡ-ଟେକ ପ୍ଲାଟଫର୍ମ ମେଟାଭର୍ସିଟି ମାଧ୍ୟମରେ ଶିକ୍ଷା ତଥା ଶିକ୍ଷାଦାନ ଉପରେ ଧ୍ୟାନ ଦେବା ପାଇଁ ସେ ପ୍ରାୟ ତିନି ବର୍ଷ ପରେ ଟୁଇଟର ଛାଡିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ,ପ୍ଲାଟଫର୍ମଟି ପ୍ରାୟତଃ ନିଯୁକ୍ତି ତାଲିମ ପ୍ରଦାନ କରିବ । ସେ ମାଇକ୍ରୋସଫ୍ଟର ସିନିୟର ସଫ୍ଟୱେୟାର ଇଞ୍ଜିନିୟର ଥିବା ତନୟ ପ୍ରତାପଙ୍କ ସହଭାଗୀତାରେ ଏହି ପ୍ଲାଟଫର୍ମରେ କାମ କରୁଛନ୍ତି। ମେଟାଭର୍ସିଟି ସମସ୍ତଙ୍କ ପାଇଁ ସାମାଜିକ ଭାବରେ ଅଭିଜ୍ଞତା ପ୍ରଦାନ କରିବ ବୋଲି ସେ କହିଛନ୍ତି।

Share