Categories: ଜାତୀୟ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ଗାନ୍ଧୀଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଦିଲୀପ ଗାନ୍ଧୀଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇ ସେ ଏଠାରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ଦିଲୀପ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜଣେ ମନ୍ତ୍ରୀ ଥିଲେ। ସୂତ୍ରରୁ ପ୍ରକାଶ ଯେ ନିକଟରେ ସେ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ୮୦ ଦଶକରେ ଜଣେ କର୍ପୋରେଟର ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଦିଲୀପ। ୧୯୯୯ରୁ ମହାରାଷ୍ଟ୍ରର ଅହମ୍ମଦନଗର ଆସନରୁ ଭାଜପା ଟିକେଟ୍‌ରେ ନେତା ୩ଥର ଲୋକ ସଭା ନିର୍ବାଚନ ସେ ଜିତିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ଦିଆ ଯାଇ ନ ଥିଲା।

Share