ଲକ୍ଷ୍ନୌ,୨୭ ।୭: ସଞ୍ଜୟ ଗାନ୍ଧୀ ଆୟୁର୍ବେଦ ସଂସ୍ଥାନରେ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବେ ଗୁରୁତର ହୋଇ ପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅବନତି ହେବାରେ ଲାଗିଛି । ଲାଇଫ୍ ସପୋର୍ଟରେ ଥିବା ସିଂଙ୍କର ପ୍ରତିଦିନ ଡାଏଲିସିସ ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଏସ୍ଜିପିଜିଆଇ ପହଞ୍ଚି କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଥିଲା କି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟବସ୍ଥ୍ୟା ଏବେବି ଗୁରୁତର ରହିଛି । ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଛି ।