Categories: ଜାତୀୟ

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ କରୋନା

ଲକ୍ଷ୍ନୌ,୧୪।୯-ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ମଙ୍ଗଳବାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାଙ୍କୁ ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି। କଲ୍ୟାଣ ସିଂ ଦୁଇ ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଗତକାଲି ସ୍ବାସ୍ଥ୍ୟ ବିଭାଗ ଟିମ ତାଙ୍କ ନମୁନା ପରୀକ୍ଷା କରିଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ସଞ୍ଜୟ ଗାନ୍ଧୀ ପିଜିଆଇରେ ଚିକିତ୍ସିତ ହେଉଛନ୍ତି।

Share