Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ବଳାତ୍କାର ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ ଜେଲ - Dharitri
Categories: ଜାତୀୟ

ବଳାତ୍କାର ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ ଜେଲ

ଲକ୍ଷ୍ନୌ,୧୨।୧୧: ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଓ ଅନ୍ୟ ଦୁଇ ଜଣଙ୍କୁ ଜଣେ ମହିଳାଙ୍କୁ ବଳାତ୍କାର କରିବା ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡାଦେଶ ଶୁଣାଇଲା ବେଳେ ଗାୟତ୍ରୀ ପ୍ରଜାପତିଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅଶୋକ ତିଓ୍ବାରୀ ଓ ଆଶିଷ ଶୁକ୍ଳା କୋର୍ଟରେ ଉପସ୍ଥିତ ଥିଲେ।

ଜଣେ ମହିଳାଙ୍କୁ ବଳାତ୍କାର ଓ ତାଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର ଉଦ୍ୟମ କରିବା ମାମଲାରେ ପ୍ରଜାପତିଙ୍କୁ ବୁଧବାର ଦୋଷୀ ଘୋଷଣା କରିଥିଲେ ବିଚାରପତି ପି କେ ରାଇ। ଆବେଦନକାରୀ ବିନା ଦ୍ୱନ୍ଦ୍ୱରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା କୋର୍ଟ ତାଙ୍କ ରାୟରେ କହିଥିଲେ। ଏଥି ସହିତ କେଉଁ ପରିସ୍ଥିତିରେ ପୀଡ଼ିତା ଏବଂ ଅନ୍ୟ ଦୁଇ ସାକ୍ଷୀ ଶୁଣାଣି ବେଳେ ବୟାନ ବଦଳିଲେ, ଲକ୍ଷ୍ନୌ ପୋଲିସ କମିଶନରଙ୍କୁ ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରମାଣ ଅଭାବରୁ ଏହି ମାମଲାରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଛଡ଼ା ଯାଇଥିଲା।

Share