ୱାଶିଂଟନ,୧୫ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଅସୁସ୍ଥ ହୋଇ ପଡିଛନ୍ତି । ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ରକ୍ତ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । କିନ୍ତୁ ସେ କରୋନାରେ ଆକ୍ରାନ୍ତ ନୁହେଁ ବୋଲି ସ୍ପୋକ୍ସପର୍ସନ ସୂଚନା ଦେଇଛନ୍ତି । ଆସନ୍ତା କାଲି ସୁଦ୍ଧା ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ ବୋଲି ଜଣାପଡିଛି ।