ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ କରୋନା ପଜିଟିଭ୍‌

ଓ୍ବାଶିଂଟନ୍‌,୨୩।୩: ଆମେରିକାରେ ବର୍ତ୍ତମାନ କରୋନା ପ୍ରକୋପ ଜାରି ରହିଛି। ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ଇତିମଧ୍ୟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଏନେଇ ହିଲାରୀ କ୍ଲିିଣ୍ଟନ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ସୁସ୍ଥ ଅଛନ୍ତି। ଅନ୍ୟପଟେ ତାଙ୍କ ସ୍ବାମୀ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ କରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। କିନ୍ତୁ ଏବେ ସେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି ବୋଲି ହିଲାରୀ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଗୁରୁତର ରୋଗରୁ କରୋନା ଟିକାକରଣ ଦ୍ୱାରା ବହୁତ ସୁରକ୍ଷା ମିଳିଥାଏ। ତେଣୁ ସମସ୍ତେ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ଟିକା ନେଇ ନାହାନ୍ତି ସେମାନେ ଖୁବ୍‌ଶୀଘ୍ର ଏହି ଡୋଜ ନିଅନ୍ତୁ ବୋଲି ହିଲାରି ଆଗ୍ରହ ପ୍ରକାଶ କରିଛନ୍ତି। ଆଉ କିଛି ଦିନ ପରେ ହିଲାରୀଙ୍କ ପୁର୍ନବାର କରୋନା ଯାଞ୍ଚ କରାଯିବ। ବର୍ତ୍ତମାନ ସେ କ୍ୱାରଣ୍ଟାଇନ୍‌ରେ ଅଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ମୁଖପାତ୍ର ଟୁଇଟରରେ ସୂଚନା ଦେଇଛନ୍ତି।

Share