Categories: ଜାତୀୟ

ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ,୨୮।୫: ଉତ୍ତରାଖଣ୍ଡ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ତାଙ୍କ ନାତୁଣୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବୋହୂ ଅଭିଯୋଗ ଆଣିଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ରାଜେନ୍ଦ୍ର ବୁଧବାର ଏକ ପାଣିଟାଙ୍କି ଉପରେ ଚଢ଼ି ନିଜକୁ ଗୁଳିକରି ହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ଘରୁ ପୋଲିସର ଜରୁରୀ ନମ୍ବର ୧୧୨କୁ ଫୋନ୍‌ କରି ତାଙ୍କ ଯୋଜନା ସମ୍ପର୍କରେ ଜଣାଇଥିଲେ। ପୋଲିସ ଓ ଶତାଧିକ ପଡୋଶୀଙ୍କ ସମ୍ମୁଖରେ ସେ ପାଣିଟାଙ୍କି ଉପରେ ନିଜକୁ ଗୁଳି କରିଥିଲେ। ପୋଲିସ ଡାକବାଜି ଯନ୍ତ୍ର ଯୋଗେ ତାଙ୍କୁ ଚରମ ପଦକ୍ଷେପ ନ ନେବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ବୋହୂଙ୍କ ଅଭିଯୋଗକୁ ନେଇ ୫୯ ବର୍ଷୀୟ ରାଜେନ୍ଦ୍ର ଅତ୍ୟନ୍ତ ମର୍ମାହତ ଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀ ପଙ୍କଜ ଭଟ୍ଟ କହିଛନ୍ତି।

Share